Skip to content
Scan a barcode
Scan
Paperback Doctor Deb [Oriya] Book

ISBN: 1645605795

ISBN13: 9781645605799

Doctor Deb [Oriya]

ଔପନ୍ୟାସିକା ଅମୃତା ପ୍ରୀତମ ସ୍ୱୀକାର କରିଛନ୍ତି ଯେ ତାଙ୍କଠାରୁ ବୟସରେ ଦଶବର୍ଷ ସାନ ନିଜ ପ୍ରେମିକ ଇମ୍ରୋଜ ତାଙ୍କର ଡାକ୍ତର ଦେବ ଏବଂ ସେ ନିଜେ ମମତା । ତାଙ୍କ ଜୀବନର ବାସ୍ତବ କାହାଣୀ ଏହି ଉପନ୍ୟାସରେ ଚିତ୍ରିତ । ସାମାଜିକ ପ୍ରତିଷ୍ଠା ଏବଂ ସ୍ଥିତିକୁ ବିଚାର କରି ମମତାଙ୍କ ପିତା ଜଗଦୀଶଙ୍କ ସହିତ ତାଙ୍କର ବିବାହ ଦିଅନ୍ତି, କେବଳ ତାଙ୍କ ଇଚ୍ଛା ବିରୁଦ୍ଧରେ । ମମତାଙ୍କ ଅନ୍ୟତ୍ର ବିବାହ ପରେ ଡାକ୍ତର ଦେବ ସାରା ଜୀବନ ପାଇଁ ଅବିବାହିତ ଥାଇ ରୋଗୀଙ୍କ ସେବା ଶୁଶ୍ରୂଷାରେ ନିଜକୁ ନିୟୋଜିତ କରିଛନ୍ତି । ଏପରିକି ସାମ୍ପ୍ରଦାୟିକ ହିନ୍ଦୁ ଓ ମୁସଲମାନ ଦଙ୍ଗା ସମୟରେ ନାନା ଘାତ ପ୍ରତିଘାତ ମଧ୍ୟରେ ନିଜ ଜୀବନକୁ ବିପନ୍ନ କରି ରୋଗୀ ସେବାକୁ ନିଜର ପ୍ରଥମ କର୍ତ୍ତବ୍ୟ ରୂପେ ଗ୍ରହଣ କରିଛନ୍ତି । ଏ ସମୟରେ ସେ ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ ଅପୂର୍ବ ଭାତୃତ୍ଵଭାବ ସୃଷ୍ଟି କରିଛନ୍ତି । ସମାଜ ପାଇଁ ସମର୍ପିତ ଜୀବନ ତାଙ୍କର ହୋଇଛି ସେବାମୟ ତଥା କବିତ୍ଵମୟ । ଶେଷରେ ମମତା ଘଟଣାକ୍ରମରେ ମନୁ ଓ ରଞ୍ଜୁ ସହିତ ନିଜର କର୍କଟ ରୋଗର ସଫଳ ଚିକିତ୍ସା ପାଇଁ ଦିଲ୍ଲୀରୁ ବିହାରର ଏକ ଅନୁନ୍ନତ ଅଞ୍ଚଳରେ ରୋଗୀଙ୍କ ସେବା କରିବାକୁ ନୂତନ ନିର୍ମିତ ଡାକ୍ତରଖାନାର ମୁଖ୍ୟ ଡାକ୍ତର ଦେବଙ୍କ ନିକଟକୁ ଆସନ୍ତି । ଉପନ୍ୟାସର ଅନ୍ତିମ ପର୍ବରେ ହୁଏ ଆକସ୍ମିକ ମିଳନ, ଯାହା ସଂପୂର୍ଣ୍ଣ ଆତ୍ମିକ ଓ କରୁଣାକ୍ତ । ପଛେ ପଛେ ମନୁ,ରଞ୍ଜୁ,ମଧୁ ଆସି ମିଳନ ପର୍ବ&

Recommended

Format: Paperback

Condition: New

$16.39
50 Available
Ships within 2-3 days

Customer Reviews

0 rating
Copyright © 2025 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured