Skip to content
Scan a barcode
Scan
Paperback Dui Dunia Majhire, Prachya O Paschatya [Oriya] Book

ISBN: 1645600866

ISBN13: 9781645600862

Dui Dunia Majhire, Prachya O Paschatya [Oriya]

ଦୁଇ ଦୁନିଆ ମଝିରେ ସମସାମୟିକ ଜଣେ ଭାରତୀୟ ପ୍ରଖ୍ୟାତ ଦାର୍ଶନିକଙ୍କ ଦ୍ୱାରା ଲିଖିତ ଏକ ଚିତ୍ତାକର୍ଷକ ଆତ୍ମଜୀବନୀ । ଏହି ପୁସ୍ତକରେ ଦାର୍ଶନିକ ଶ୍ରୀ ଜିତେନ୍ଦ୍ରନାଥ ମହାନ୍ତି କଟକ ସହରରେ ତାଙ୍କର ବାଲ୍ୟଜୀବନ ସ୍ମୃତିଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ଭାରତ, ଜର୍ମାନୀ ଏବଂ ଆମେରିକାରେ ନିଜର ଦାର୍ଶନିକ ଯାତ୍ରାକୁ ବେଶ୍ ମନୋଜ୍ଞ ଭାବରେ ବର୍ଣ୍ଣନା କରିଛନ୍ତି । ତାଙ୍କର ଏହି ବିଶ୍ୱ ଅଭିଯାନ କେବଳ ଆକ୍ଷରିକ ଭାବରେ ନୁହେଁ, ବରଂ ତାତ୍ତ୍ୱିକ ଦୃଷ୍ଟିରୁ 'ପ୍ରାଚ୍ୟ ଜଗତରୁ ପାଶ୍ଚାତ୍ୟ ଦୁନିଆ'କୁ ଏକ ପ୍ରଜ୍ଞାଯାତ୍ରା ବୋଲି କୁହାଯାଇପାରେ ଯାହାକୁ ସେ ତାଙ୍କର ଅନନ୍ୟ ବର୍ଣ୍ଣନା ଚାତୁରୀରେ କେତେବେଳେ ମହାନ ଭାରତୀୟ ଓ ପାଶ୍ଚାତ୍ୟ ଦାର୍ଶନିକ ପରମ୍ପରା ମଧ୍ୟରେ ସଙ୍ଗମ ତ ଆଉ କେତେବେଳେ ସଂଘାତ ଭାବେ ବଖାଣିଛନ୍ତି । ଏହି ପୁସ୍ତକରେ ସେ ଜନ୍ମମାଟି ଓଡ଼ିଶାର ଏକ ଅଖ୍ୟାତ ଗାଆଁରେ ନିଜର ଚେରକୁ ଖୋଜିଛନ୍ତି, କଲିକତା ଓ ଗେଟିଂଗେନ୍ (ଜର୍ମାନୀ) କିଭଳି ତାଙ୍କର ମନ ଓ ଚିନ୍ତନକୁ ଗଢ଼ିବାରେ ସହାୟକ ହୋଇଥିଲା ତାହା ବଖାଣିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ପାଶ୍ଚାତ୍ୟ ସାମାଜିକ ଓ ରାଜନୈତିକ ଭାବଧାରା ତଥା ଗାନ୍ଧିବାଦୀ ଚିନ୍ତାଧାରାକୁ ବୁଝିବା ଓ ତାହାକୁ ଆତ୍ମସ୍ଥ କରିବା ଅବସରରେ ଶ୍ରୀ ମହାନ୍ତି ନିଜ ସଂସ୍କୃତିକୁ ତନ୍ନତନ୍ନ କରି ତର୍ଜମା ଓ ମୂଲ୍ୟାୟନ କରିଛନ୍ତି । ଏହା ତାଙ୍କୁ ସୂକ୍ଷ୍ମ ଭାବରେ ଚେତାଇ ଦେଇଛି ଯେ ପାଶ&#

Recommended

Format: Paperback

Condition: New

$20.01
50 Available
Ships within 2-3 days

Customer Reviews

0 rating
Copyright © 2025 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured