Skip to content
Scan a barcode
Scan
Paperback Galpaswalpa (bhaga 1 o bhaga 2) [Oriya] Book

ISBN: 1645605876

ISBN13: 9781645605874

Galpaswalpa (bhaga 1 o bhaga 2) (Oriya Edition)

ଊନବିଂଶ ଶତାବ୍ଦୀ ହେଉଛି ଉତ୍କଳ ପାଇଁ ଏକ ଘଡ଼ିସନ୍ଧିକାଳ । ଏ ଶତାବ୍ଦୀରେ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ଚିନ୍ତା ଓ ଚେତନାରେ ସଂଘର୍ଷ ଘଟିଛି । ଫଳରେ ଓଡ଼ିଆ ଭାଷା ଏବଂ ସାହିତ୍ୟର ପ୍ରାଚୀନ ନିର୍ମୋକ ଖସିପଡ଼ିଛି । ନବଯୁଗର ପଦଧ୍ଵନିରେ ସମଗ୍ର ସାରସ୍ଵତ ଆକାଶ ନୂତନ ସମ୍ଭାବନା ଓ ଦ୍ୟୋତନାରେ ସ୍ଵପ୍ନାୟିତ ହୋଇଛି । ସର୍ବତ୍ର ଜନ ଜୀବନରେ ନବ ଜାଗୃତିର ମନ୍ଦ୍ରଧ୍ଵନି ନିନାଦିତ ହୋଇଛି । ଏଇ ଆକାଶର ଅସ୍ତାଚଳରେ ଭଞ୍ଜ ଯୁଗର ଜୀବନ ସନ୍ଧ୍ୟାର କରୁଣ ଅସ୍ତରାଗ ଓ ଉଦୟାଚଳରେ ନବଯୁଗର ଜୀବନ ପ୍ରଭାତର ହିରଣ୍ମୟ ଦ୍ୟୁତି ରୂପକ ରକ୍ତରାଗ ପ୍ରତିଭାତ ହୋଇଛି । ଓଡ଼ିଆ ସାହିତ୍ୟର ଚକ୍ରବାଳରେ ଏ ମାଟିର ଶ୍ରେଷ୍ଠ ପୁରୋହିତ, ନବଯୁଗର ଭଗୀରଥ, ଏ ଜାତିର ଦଧୀଚି, ଓଡ଼ିଆ କଥାସାହିତ୍ୟର ସମ୍ରାଟ, ଉତ୍କଳ-ସାହିତ୍ୟ-ଆଶ୍ରମର ବିଶିଷ୍ଟ ଋଷି, ଓଡ଼ିଆ ଭାଷାର ଜାଗ୍ରତ ପ୍ରହରୀ, ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ଦୁର୍ଦ୍ଧର୍ଷ ସେନାପତି, ଆଧୁନିକ କାବ୍ୟ-ଜଗତର ବ୍ୟାସକବି ତଥା ସରସ୍ଵତୀ ଫକୀରମୋହନଙ୍କର ଅଭ୍ୟୁଦୟ ଏକ ଯୁଗାନ୍ତକାରୀ ଘଟଣା । ବାଲେଶ୍ଵରର ମଲ୍ଲିକାଶପୁରର ପ୍ରସିଦ୍ଧ 'ମଲ୍ଲ' ପରିବାରସ୍ଥ ଲକ୍ଷ୍ମଣ ଚରଣ ସେନାପତି ଓ ତୁଳସୀ ଦେବୀଙ୍କର ଔରସରୁ ୧୮୪୩ ମସିହା ଜାନୁଆରୀ ୧୩ ତାରିଖ ଶୁକ୍ରବାର ପବିତ୍ର ମକର ସଂକ୍ରାନ୍ତିରେ ତାଙ୍କର ଆଗମନ ଏବଂ ୧୯୧୮ ମସିହା ଜୁନ୍ ୧୪ ତାରିଖ ଶୁକ୍ରବାର ପବିତ୍ର ରଜ ସଂକ୍ରାନ୍ତିରେ ତାଙ୍କର ତିରୋଧାନ । ଗୋଟିଏ ସଂକ୍

Recommended

Format: Paperback

Condition: New

$20.01
50 Available
Ships within 2-3 days

Customer Reviews

0 rating
Copyright © 2025 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured