ସାଧାରଣ ଓ ସରଳ ଶବ୍ଦକୁ କବିତା-ପାତ୍ରରେ ଢ଼ାଳିକରି ହିନ୍ଦୀ-ସାହିତ୍ୟର ରସକମାନଙ୍କୁ 'କାବ୍ୟରସ' ପାନ କରାଇବାରେ ହରିବଂଶରାୟ ବଚ୍ଚନ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଖର ଛାୟାବାଦ ଓ ଆଧୁନିକ ପ୍ରଗତିବାଦର ସିଏ ଥିଲେ ଗୋଟିଏ ପ୍ରମୁଖ ସ୍ତମ୍ଭ ।
'ବଚ୍ଚନ'ଙ୍କର ୧୯୩୫ ମସିହାରେ ପ୍ରକାଶିତ ହୋଇଥିବା ଦୀର୍ଘ କବିତାଗ୍ରନ୍ଥ (ଯେଉଁଥିରେ ୧୩୫ଟି ରୁବାଇୟାତ ରହିଛି) 'ମଧୁଶାଳା' ତାଙ୍କୁ ଏକ ଅଲଗା ପ୍ରସିଦ୍ଧି ପ୍ରଦାନ କଲା । ହୃଦୟକୁ ସ୍ପର୍ଶ କଲାପରି କାର୍ଯ୍ୟଶୈଳୀ ବର୍ତ୍ତମାନ ସମୟରେ ବି ପ୍ରତ୍ୟେକ ବୟସର ଲୋକମାନଙ୍କ ଉପରେ ଆପଣାର ପ୍ରଭାବ ଛାଡ଼ିଯାଏ ।
'ବଚ୍ଚନ'ଙ୍କ କବିତାର ସାହିତ୍ୟିକ ମହତ୍ତ୍ୱ ବିଷୟରେ ଅନେକ ମତ ରହିଛି । 'ବଚନ'ଙ୍କ କାବ୍ୟର ବିଲକ୍ଷଣତା ହିଁ ତାଙ୍କର ଲୋକପ୍ରିୟତା । ଏହା ନିଃସଂକୋଚ ଭାବରେ କୁହାଯାଇପାରେ ଯେ ଆଜି ବି ହିନ୍ଦୀରେ ନୁହେଁ, ସାରା ଭାରତର ସର୍ବାଧିକ ଲୋକପ୍ରିୟ କବିମାନଙ୍କ ମଧ୍ୟରେ 'ବଚ୍ଚନ'ଙ୍କ ନାମ ସୁରକ୍ଷିତ ।
୧୯୩୫ ମସିହାରେ 'ମଧୁଶାଳା' ପ୍ରକାଶ ପାଇବାପରେ ତାଙ୍କ ନାଆଁ ଗୋଟିଏ ଗଗନଭେଦୀ ରକେଟ ପରି ତୀବ୍ରବେଗରେ ଉଠିକରି ସାହିତ୍ୟଜଗତ ଉପରେ ଛାଇଗଲା । ନିଜର ସବୁ ସହଜ ସାର୍ବଜନୀନତା ସତ୍ତ୍ୱେ 'ବଚ୍ଚନ'ଙ୍କ କବିତା ନିତାନ୍ତ ବୈକ୍ତିକ, ଆତ୍ମସ୍ଫୁର୍ତ୍ତି ଓ ଆତ୍ମକୈନ୍ଦ୍ରିକ ହୋଇଥାଏ ।
'ବଚ୍ଚନ'ଙ୍କ କବିତାର ଲୋକପ୍ରିୟତାର ପ୍ରଧାନ କାରଣ ତାଙ୍କର ସହଜତା ଓ ସରଳ ସଂବେଦନା ତାହାର ଅନୁଭୂତିମୂଳକ ସତ୍ୟତ
Related Subjects
Poetry