Skip to content
Scan a barcode
Scan
Paperback Ujuda Aadhara [Oriya] Book

ISBN: 164560442X

ISBN13: 9781645604426

Ujuda Aadhara [Oriya]

Things Fall Apart ସବୁଠୁ ଲୋକପ୍ରିୟ ହେବା ସହ ଆର୍ନ୍ତଜାତିକ ପାଠକୀୟ ସ୍ୱୀକୃତି ଲାଭ କରିଛି । ଏହି ପୁସ୍ତକଟି ଷାଠିଏରୁ ଊର୍ଦ୍ଧ୍ୱ ଭାଷାରେ ଅନୂଦିତ ହୋଇସାରିଛି । ଏଥିରେ ଏକ ଅନନ୍ୟ କାହାଣୀ ଓ ବର୍ଣ୍ଣନା ଶୈଳୀ ମାଧ୍ୟମରେ ସେ ୟୁରୋପୀୟ ଉପନିବେଶବାଦକୁ ଆଫ୍ରିକୀୟ ଦୃଷ୍ଟିଭଙ୍ଗୀରେ ଉପସ୍ଥାପନା କରିଛନ୍ତି । ଆଫ୍ରିକାର ନାଇଜେରିଆରେ ଇଂରେଜ ଉପନିବେଶବାଦର ସ୍ଥାପନ ହେଲା ପରେ ଇଂରାଜୀ ଶିକ୍ଷା, ସଭ୍ୟତା ଏବଂ ଖ୍ରାଷ୍ଟଧର୍ମର ପ୍ରଚାର ଓ ପ୍ରସାର ହେଲା । ଏଇ ଧକ୍]କାରେ ନାଇଜେରିଆର ପାରମ୍ପରିକ ସମାଜ ଓ ସଂସ୍କୃତି ଭୁଷୁଡି ପଡ଼ିଲା । ଫଳରେ ନାଇଜେରିଆରେ ଏଯାବତ୍ ଚଳି ଆସୁଥିବା ପୁରୁଣା ଭାବଧାରା ଓ ମୂଲ୍ୟବୋଧର କ୍ରମଶଃ ବିଘଟନ ହେବାକୁ ଲାଗିଲା । ସାଂସ୍କୃତିକ ଆଧାର ଉଜୁଡ଼ି ଗଲା । ଇଂରେଜ ଶାସନ ଓ ଖ୍ରାଷ୍ଟ ଧର୍ମର ଚାପରେ ସାଧାରଣ ଦେଶୀୟ ଜନଜୀବନ ନିଜସ୍ୱ ସଂଗଠନ ହରାଇଲା । ଏମିତି ଏକ ବିକଳ ଓ ବିକଟ ପରିସ୍ଥିତିର ସାମ୍ନା କରୁକରୁ ଉପନ୍ୟାସର ନାୟକ ଓକୋଙ୍କୋ ଶେଷରେ ଆତ୍ମହତ୍ୟା କଲା । କାରଣ ତା ପାଇଁ ସାମାଜିକ ଓ ସାଂସ୍କୃତିକ ରହିତ ଜୀବନ - ଆଉ ଜୀବନ ହେଇ ରହିଲା ନାହିଁ । ଏପରି ଏକ ମର୍ମସ୍ପର୍ଶୀ ସଂଘର୍ଷକୁ ନେଇ Things Fall Apart ର କାହାଣୀ ଉପଜିବ୍ୟ ।

'ଉଜୁଡ଼ା ଆଧାର' ଏଇ ସମ୍ବେଦନଶୀଳ ଉପନ୍ୟାସର ଓଡ଼ିଆ ରୂପାନ୍ତର । ଭାରତୀୟ / ଓଡ଼ିଆ ଭାବେ ଆମେ ମଧ୍ୟ ଉପରୋକ୍ତ ପରିସ୍ଥିତିର ସାମ୍ନା କରିଆସୁଛୁ । ଏଇ ପରିପ୍ରେକ୍ଷୀରେ ଏଇ ଅନୁବାଦଟି ଓଡ଼ିଆ ପାଠକଙ୍କୁ ଆମର ଭାଙ୍ଗି

Recommended

Format: Paperback

Condition: New

$18.20
50 Available
Ships within 2-3 days

Related Subjects

Fiction Literature & Fiction

Customer Reviews

0 rating
Copyright © 2025 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured